ମଧୁ ମୁର୍ଛନା ଭରି,
ରଂଗ ଅଧର କରି
ପ୍ରଭୁ ହେ ଥରୁଟେ ଆସ,
ଚହଲାଇ ମୋର ମନ ମନ୍ଦିର ବାସ।
ତୁମେ କଳ୍ପନା ଚାନ୍ଦ
କଳ କଳ ଢେଉ ନାଦ
ନିଷ୍ଠୁର ବୋଲି କି କହି କି ପାରିବି,
ତୁମେ ମୋ ମନ ମଣିଷ।
ମନ ଭୁଲାଣିଆ ହସ
ଛଳ ଛଳ ଢେଉ ରାସ
ଛୁଇଁ ଦେଇ ଯାଅ, ଜୀବନ ବେଳା ମୋ,
ପାଇଲି ନାହିଁ ପରଶ,
ଥରେ ନୁହେଁ ବହୁଥର
ଖୋଲା ମୋ ମନ ଦୁଆର
ମରମ ବେଦନା କହିବା ଆଗରୁ,
ନ ଶୁଣି କଲ ନିରାଶ।
ତୁମେ ସାଗର ର ଢେଉ
ଛୁଇଁ ଯାଅ ମନ ଭୁଇଁ
ରଖିଛି ସାଇତି ଅକୁହା କଥା ମୁଁ,
ଗୁହାରୀ ହୋଇନି ଶେଷ।
କାହିଁକି ଏତେ ହେ ଆସ
ଲୁଟି ନେଇ ମୋ ମନ ବାସ
ତୁମ ଆଗମନୀ ମୋ ବୀଣା ର ସୁରେ
ଗାଇବି ହୋଇ ହରଷ।
ରଖି କି ପାରିବି ମୁହିଁ
ସକ୍ଷମ ମୋର କାହିଁ?
ଚିର ସୁନ୍ଦର କନ୍ଦାଇ ଅନ୍ତର
ତୁମ ମଧୁ ଛନ୍ଦ ଲାସ୍ୟ।
ମୋ ମଉଳା ଫୁଲ ଝରେ
ଅସରା ପଥ ନ ସରେ
ତଥାପି ତୁମର ପଥ ଚାହିଁ ଚାହିଁ,
ଜୀବନ ହୋଇଲା ଶେଷ।
ଆଲେଖ୍ଯ: ସ୍ନେହ ମହାନ୍ତି, ହନ୍ଟିଂଟନ୍ ବିଚ୍, କାଲିଫର୍ଣିଆ
Very expressive. The love and devotion to God is very nicely presented in this poem. Kudos to the poetess!