
ବନସ୍ତେରେ ଥିଲେ ବି ହାତୀ ରାଜାର; କଥାରେ ଅଛି l
ସେଇ ମତେ ସାତ ଦରିଆ ପାରିରେ ସୁଦୂର ଆମେରିକାରେ ରହୁଥିଲେ ମଧ୍ୟ ଓଡ଼ିଆ ଭାଇ ଭଉଣୀଙ୍କ ମନ ଆଉ ପ୍ରାଣ ରହିଛି ମାତୃଭୂମିରେ; ଆମ ଓଡ଼ିଶାରେ l ଉପାର୍ଜ୍ଜନ ହେତୁ ଉତ୍ତର ଆମେରିକା ତଥା ସାରା ବିଶ୍ୱକୁ ନିଜର କର୍ମଭୂମି ରୂପେ ଆଦରି ପ୍ରାୟତଃ ସମସ୍ତ ଓଡ଼ିଆ ରହୁଛନ୍ତି ସତ କିନ୍ତୁ ତାଙ୍କ ଓଡ଼ିଆ କାନରେ ଅହରହ ଗୁଞ୍ଜନ ହେଉଛି ଓଡ଼ିଶା ମାଟିର ଧ୍ୱନି l ଦୀର୍ଘ ପଚାଶ ବର୍ଷ ତଳେ ଏମିତି କିଛି ସ୍ୱାଭିମାନୀ ଓଡ଼ିଆଙ୍କୁ ନେଇ ଗଢି ଉଠିଥିଲା ଆମେରିକୀୟ ଓଡ଼ିଆ ସମାଜ (OSA - The Od।sha Soc।ety of the Amer।cas) l ଓଡ଼ିଆ ଜାତିର କଳା ସଂସ୍କୃତିକୁ ବିଦେଶ ମାଟିରେ ବଞ୍ଚାଇ ରଖିବାକୁ ପଣ କରିଥିଲେ ସେମାନେ l
ପ୍ରବାସୀ ଓଡ଼ିଆ ମାନେ ଜାତିର ସ୍ୱାଭିମାନର ଉନ୍ନତି କଳ୍ପେ କେତେ ଛୋଟ ବଡ଼ ଅନୁଷ୍ଠାନ ସ୍ଥାପନା କରି ମାଟି ମା’ର ଋଣ ଶୁଝିବାର ପ୍ରଚେଷ୍ଟା ଅହରହ ଜାରି ରଖିଛନ୍ତି ସାତ ସମୁଦର ସେ ପାରିରେ l ସେମିତି କିଛି ଅନୁଷ୍ଠାନର ନାମ ସବୁ ଏଠାରେ ନେବାକୁ ଉଚିତ ମନେ କରୁଛି। ସେଗୁଡ଼ିକ ହେଲା SEEDS, ।PAC, DASH Foundat।on, ।PAT, DEE Creat।ons, Od।sha Foundat।on, ।ASF ଇତ୍ୟାଦି l
ଏହି ଭଳି ଉତ୍ତମ ପ୍ରୟାସ ତଥା ଭାଷାଭାବନାର ଆଉ ଏକ ଅନୁଷ୍ଠାନ ହେଲା ଆଇ-ଗୁରୁକୁଳ। ଉତ୍ତର ଆମେରିକାର କାଲିଫର୍ଣ୍ଣିଆ ସହରରେ ଚାଲିଥିବା ଏହି ସଂସ୍ଥାରେ ପ୍ରାରମ୍ଭିକ ଭାବେ “ଚାଲ ଆମେ ଓଡ଼ିଆ ଶିଖିବା” କାର୍ଯ୍ୟକ୍ରମ ଏବଂ ପରେ ପରେ ଓଡିଶୀ ନୃତ୍ୟ ସଂଗୀତ ଶିକ୍ଷା ଦାନ କରି ଦୀର୍ଘ ଦୁଇ ଦଶନ୍ଧି ଧରି ବିଦେଶ ମାଟିରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବାର ପ୍ରୟାସ ଜାରି ରଖିଛି ଏଇ ଓଡ଼ିଆ ପ୍ରାଣ l ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ରାଜ୍ୟରେ ତିରିଶରୁ ଉର୍ଦ୍ଧ୍ୱ ଓଡ଼ିଶୀ ଅନୁଷ୍ଠାନ ରହିଅଛି l ସେପରି କାଲିଫର୍ଣ୍ଣିଆ ଆଉ ନିଉ ଜର୍ସିରେ ‘ଆମେ ଓଡ଼ିଆ’ ଆଉ ‘ଉତ୍କଳପ୍ରଭା’ ପରି ଦୁଇଟି ଓଡ଼ିଆ ବେତାର କାର୍ଯ୍ୟକ୍ରମ ଦ୍ୱାରା ଆମ ଭାଷାର ବହୁଳ ପ୍ରସାର ହେଉଛି l ନିଜ ପ୍ରଚେଷ୍ଟାରେ ପିଲାମାନଙ୍କୁ ଚମ୍ପୁ ଓ ଛାନ୍ଦ ଶିଖାଇବାର ବ୍ୟବସ୍ଥା କରିଛନ୍ତି ଆମର ଜଣେ ବୟୋଜ୍ୟେଷ୍ଠ ସଭ୍ୟା l ଯଦିଓ ବିଦେଶରେ ଜନ୍ମିତ ତଥାପି ଆମ ଓଡ଼ିଆ କୁନି ପିଲାମାନଙ୍କ ପାଟିରୁ ଆମ ଭାଷାର ଗୀତ ଶୁଣି ଲାଗେ ମୋ ମାତୃଭାଷା କେତେ ସୁନ୍ଦର କେତେ ଭାବପୂର୍ଣ୍ଣ l
ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆଉ ଏକ ପାଦ ଆଗେଇ ନେବାର ପ୍ରୟାସ କରୁଛନ୍ତି ଆମର ଆଉ ଜଣେ ଓଡ଼ିଆ ଭାଇ; ‘ବ୍ଲାକ ଇଗଲ’ ପ୍ରକାଶନ ସଂସ୍ଥା ମାଧ୍ୟମରେ। ଏହି ସଂସ୍ଥା ଦ୍ୱାରା ପ୍ରକାଶ ହେଉଛି ସାରା ପୃଥିବୀର ପାଠକ ମାନଙ୍କ ପାଇଁ ବହୁ ଜନାଦୃତ ଓଡ଼ିଆ ବହିସବୁ l ‘ଆଭେତୀ ଲଣ୍ଣିଂ’ ବୋଲି ଅନ୍ୟ ଏକ ଅନୁଷ୍ଠାନ ତରଫରୁ ଓଡ଼ିଶାରେ କେମିତି ସମସ୍ତ ପିଲାଙ୍କୁ ପାଠ ପଢ଼ାରେ ସାହାଯ୍ୟ କରିହେବ ତା’ର ବ୍ୟବସ୍ଥା ହେଉଛି l ଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ଆଗେଇ ଆସିଛି ପ୍ରବାସରେ ବସବାସ କରି ଆସୁଥିବା ଓଡ଼ିଆ ସମ୍ପ୍ରଦାୟ l ଆମେରିକାର ଅନେକ ମୁଖ୍ୟ ସହରରେ ପ୍ରତିଷ୍ଠା ହୋଇଛି ଜଗନ୍ନାଥ ମନ୍ଦିର l ରଥଯାତ୍ରା ଠାରୁ ଆରମ୍ଭ କରି ବାରମାସରେ ତେରପର୍ବ ପାଳନ କରୁଛନ୍ତି ସମସ୍ତ ଓଡ଼ିଆ ଭାଇ ଭଉଣୀ ମାନେ l
ଓଡ଼ିଆ ଭାଷା ଓ ସାହିତ୍ୟର ଆଦର ଓ ସରାଗ ଅତୁଟ ରହିଛି ଏଇ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀମାନଙ୍କର। ଉତ୍ତର ଆମେରିକାର ସାହିତ୍ୟପ୍ରେମୀଙ୍କ ଶ୍ରଦ୍ଧା ହେତୁ ପ୍ରତି ମାସର ଶେଷ ସୋମବାରରେ ଦରିଆ ପାରି ସୋମବାର ଦୂରଭାଷୀୟ ସାହିତ୍ୟ ସଭା ହୁଏ ଦୂରଭାଷ ଜରିଆରେ। ଘଣ୍ଟାଏ ଦୁଇଘଣ୍ଟା ପାଇଁ ସବୁ ଜଞ୍ଜାଳ ଛାଡ଼ି ଆମେରିକା ଓ କାନାଡ଼ାରେ ଥିବା ସଭ୍ୟ ସବୁ ଭାଗ ନିଅନ୍ତି।
ଏଠାରେ ରହିଥିବା ବୁଦ୍ଧିଜୀବୀ ଓଡ଼ିଆ ମାନଙ୍କର ଓଡ଼ିଶା ପାଇଁ ଅବଦାନ ଭୁଲି ଯିବାର କଥା ନୁହେଁ l ଆମେରିକାରେ ବସତି ସ୍ଥାପନ କରିଥିବା କେତେଜଣ ଉଦ୍ୟୋଗପତି ଓଡ଼ିଶାରେ ବିଭିନ୍ନ ପ୍ରତିଷ୍ଠାନ ଖୋଲି ଓଡ଼ିଶାରେ ରହିଥିବା ଓଡ଼ିଆ ଭାଇଭଉଣୀ ମାନଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରିଛନ୍ତି l ଅତି ଆନନ୍ଦର କଥା ଯେ ଆମେରିକାରେ ରହିଥିବା ଡାକ୍ତରମାନଙ୍କର ଦଳ ଏକ ଫୋରମ କରି ଓସାର ସଭ୍ୟ ମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି l ସେମାନେ କେବଳ ଆମେରିକାରେ ଥିବା ଓଡ଼ିଆଙ୍କୁ ସ୍ୱାସ୍ଥ୍ୟ ସହାୟତା କରିବେ ତାହା ନୁହଁ, ଦରକାର ପଡିଲେ ଓଡ଼ିଶା ଜନସାଧାରଣଙ୍କୁ ମଧ୍ୟ ସାହାଯ୍ୟ କରିବାରେ ପଛଘୁଞ୍ଚା ଦେବେ ନାହିଁ l ଯେବେଯେବେ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ପଡିଛି, ମୁକ୍ତହସ୍ତରେ ସାହାଯ୍ୟ ଯୋଗାଇଛନ୍ତି ଓସାର ସଭ୍ୟଗଣ l
ଓସା ସଭ୍ୟ ମାନଙ୍କ ଦ୍ୱାରା OSA ।MPACT, Adopt -A- V।llage, Malar।a Erad।cat।on, Make Google Learn Od।a ଭଳି ଅନେକ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି l ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଓସାର କିଛି ସଭ୍ୟ ମାନଙ୍କର ଆଉ ଏକ ଏକନିଷ୍ଠ ଆଉ ମହତ ପ୍ରୟାସ ହେଉଛି Od।sha Publ।c L।brary ।n।t।at।ve l ଅଧୁନାତନ ବିକାଶଶୀଳ ଏଇ ବିଶ୍ୱରେ ଓଡ଼ିଶାର ସର୍ବସାଧାରଣଙ୍କୁ ଜ୍ଞାନବିଜ୍ଞାନର ସମସ୍ତ ତଥ୍ୟ ଯୋଗାଇ ଦେବା ତଥା ଆମ ଭାଇଭଉଣୀଙ୍କ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣରେ ନିର୍ଣ୍ଣାୟକ ହେବା ନିମନ୍ତେ ଆରମ୍ଭ ହୋଇଛି D।g।tal l।brary । ଏହି ପାଠାଗାର ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଏବଂ ସହଯୋଗ ଯୋଗାଇ ଦେବା ନିମନ୍ତେ ଚେଷ୍ଟା ଜାରି ରଖିଛନ୍ତି ଆମେରିକାରେ ବସବାସ କରୁଥିବା ବହୁତ ସୁପ୍ରତିଷ୍ଠିତ ବ୍ୟକ୍ତି ବିଶେଷ l ଯେଉଁ ସୁବିଧା ସୁଯୋଗ ନିମନ୍ତେ, ଛାତ୍ରଛାତ୍ରୀ ତଥା ପରିବାର ବର୍ଗଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାନ୍ତା, ସେ ସବୁ ପ୍ରାୟତଃ ନିଃଶୁଳ୍କ ଯୋଗାଇବାକୁ ଏଠାରେ ଥିବା eng।neers, technocrats, professors entrepreneurs, CEO ସମସ୍ତେ ନିଜର ବ୍ୟକ୍ତିଗତ ଅନୁଭୂତିକୁ ସାଉଁଟି ବାଣ୍ଟିବାକୁ ବଦ୍ଧ ପରିକର l
ଓସାର ଲକ୍ଷ୍ୟ କଣ ? ଏହା ଭାବିଲେ ସ୍ୱତଃପ୍ରବୃତ୍ତ ମନକୁ ଆସେ ଯେ ଏହା ବିଦେଶରେ ପ୍ରତିଷ୍ଠିତ ଏକ ବଳିଷ୍ଠ ଓଡ଼ିଆ ସମାଜ ଯାହା ଓଡ଼ିଶା ମାଟିର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ଭାଇଭଉଣୀଙ୍କୁ ସମ୍ପର୍କ ଡୋରୀରେ ବାନ୍ଧି ରଖିବ ଏବଂ ଆମର ନୂଆ ପିଢୀକୁ ଓଡ଼ିଶାର ଭାଷା, ସଂସ୍କୃତି ଓ ପରମ୍ପରା ସହିତ ଯୋଡ଼ି ରଖିଥିବ l ଏହା ସଭ୍ୟମାନଙ୍କର ସୁବିଧା ଅସୁବିଧାରେ ସହଯୋଗ କରିବ ଏବଂ ନିଜ ପରିଚୟ ବଜାୟ ରଖିବାରେ ସହାୟତା କରିବ l ଏଣୁ ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ, ପ୍ରଚାର ଓ ପ୍ରସାର ନିମନ୍ତେ ଓସା ନିରନ୍ତର ବ୍ରତୀ l ତା’ ସହିତ ଓଡ଼ିଶାର ବିକାଶ ମଧ୍ୟ ଓସାର ଲକ୍ଷ୍ୟ l ସମ୍ପର୍କ, ସଂସ୍କୃତି ଓ ସଂହତି ହେଉଛି ଓସାର ମୂଳମନ୍ତ୍ର ଓ ଏହାର ଅନୁଶୀଳନ ହେଲା ତାଳମେଳ, ପ୍ରଯୁକ୍ତି ଓ ସଶକ୍ତିକରଣ l
ଓସାକୁ ପଚାଶ ବର୍ଷ ହେଇସାରିଛି l ଓସାର ପଚାଶ ବର୍ଷର ଇତିହାସକୁ ରୋମନ୍ଥନ କରିବା ସମୟ ଆସିଛି ଏବେ l କଣ ପାଇଛେ ଆଉ କଣ ହଜେଇଛେ ? ଓଡ଼ିଶା ଛାଡ଼ି ଆମେ ବାହାରକୁ ଚାଲି ଆସିଛେ ସତ ହେଲେ ଆମ ଭିତରୁ ଓଡ଼ିଶା ଯାଇନି l କିନ୍ତୁ ଆମର ଦ୍ଵିତୀୟ ପିଢ଼ି କଣ ବୁଝି ପାରିଛି ଆମର ମନର ଆବେଗକୁ ! ସେମିତି ଏଠିକୁ ଆସୁଥିବା ନୂଆ ପିଢ଼ି କଣ ବିଦେଶ ମାଟିରେ ପାଇଛନ୍ତି ମାଟିର ବାସ୍ନା ?
ଏହି ପ୍ରଶ୍ନ ମନକୁ ଆନ୍ଦୋଳିତ କଲା ବେଳେ ଉପଲବ୍ଧି ହୁଏ ଯେଉଁ ମାତୃଭୂମିର ବିକାଶ ପାଇଁ ଆମ ଆଖିରେ ନିଦ ନାହିଁ; ସେହି ମାତୃଭୂମିରେ, ଓସା ବୋଲି ଗୋଟିଏ ଅନୁଷ୍ଠାନ ଅଛି ବୋଲି କେତେ ପ୍ରତିଶତ ଜନସାଧାରଣ ଜାଣନ୍ତି? ସେଇ ଶୂନ୍ୟସ୍ଥାନକୁ ପୂରଣ କରିବାକୁ ମନରେ ସ୍ୱତଃ ଆସେ ଏଇ ସ୍ୱପ୍ନକୁ ସତ୍ୟରେ ପରିଣତ କରିବାର ଆତ୍ମପ୍ରତ୍ୟୟ।

ଜନ୍ମ ନିଏ ଓସା ମହୋତ୍ସବ; ଆମର ନିଜର ମହୋତ୍ସବ, ଆମ ଭାଇଭଉଣୀଙ୍କ ପାଇଁ l ପ୍ରସ୍ତୁତି ଆରମ୍ଭ ହେଲା ଯେ ଓଡ଼ିଶାରେ ପାଳନ ହେବ ଓସା ମହୋତ୍ସବ l କିଛି ଲୋକଙ୍କୁ ଶୁଣିବାକୁ ଟିକେ ଅଜବ ଲାଗିଲା l କିଏ କହିଲା ଇଏ ସମୁଦ୍ରକୁ ଶଙ୍ଖେ ପାଣି ତ କିଏ କହିଲା ସୂର୍ଯ୍ୟ ଆଗରେ ଲଣ୍ଠନ ଦେଖାଇବା ଭଳି l ଓଡ଼ିଶାରେ ଯାଇ କିଆଁ କରିବ ଓସା ମହୋତ୍ସବ l କିହୋ, କଣ ପାଗଳ ହେଲ ? ଓଡ଼ିଶାରେ କଣ ମହୋତ୍ସବର ବାକି ଅଛି ଯେ ତମେ ଯାଇ ସମୟ ନଷ୍ଟ କରିବ; କହିଲେ କିଛି ବନ୍ଧୁ l କିନ୍ତୁ ଏଇ ଅମାନିଆ ମନ କଣ ମାନୁଥିଲା l ମନରେ ଦୃଢ ବିଶ୍ୱାସ ଆଉ ସାଥିରେ ପଛକୁ ନଚାହିଁ ଆଗକୁ ମାଡି ଚାଲିଲା ଭଳିଆ ସହକର୍ମୀମାନେ l

Now sky is the limit…!
ହାତରେ ଥିଲା ଆଠ ସପ୍ତାହ ସମୟ l କାର୍ଯ୍ୟସୂଚୀ କିନ୍ତୁ ବହୁତ ବଡ଼ l କଥାରେ ଅଛି ଯଦି ଭଲମନରେ କିଛି ଆଶା କରିବ, ତାହାଲେ ବିଶ୍ୱବ୍ରହ୍ମାଣ୍ଡ ମଧ୍ୟ ତୁମକୁ ସହଯୋଗ କରିବ ହିଁ କରିବ l OSA BOG ଖୁବ ଖୁସି ରେ ସ୍ୱାଗତ କଲେ ଏ ପ୍ରସ୍ତାବକୁ l ଓଡ଼ିଶା ସରକାରଙ୍କର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମଧ୍ୟ ଏ ପ୍ରସ୍ତାବ କୁ ସମର୍ଥନ ଜଣେଇଲେl ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଖୋଲି ଦେଲା ତାର ଦ୍ୱାର l
ଏହି ମହୋତ୍ସବର ମୁଖ୍ୟ ପ୍ରସଙ୍ଗ ଥିଲା ‘ସର୍ବସାଧାରଣ ପାଠାଗାର ପ୍ରକଳ୍ପ’ ତଥା ଉଭୟ ଗୋଲାର୍ଦ୍ଧର ଆଗାମୀ ପୀଢ଼ିଙ୍କ ପାଇଁ ଏକ ସାଂସ୍କୃତିକ ସେତୁ ନିର୍ମାଣ l

ରବିବାର, ଡ଼ିସେମ୍ବର ବାଇଶି ତାରିଖ ରେ ଆମେରିକୀୟ ଓଡ଼ିଆ ସମାଜ (ଓସା) ତଥା ଓଡ଼ିଶା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା ଓସା ମହୋତ୍ସବ l ଏହି ମହୋତ୍ସବ ରାଜଧାନୀସ୍ଥିତ ପ୍ଲଟ୍ ୦୧/ଏ, ଜୟଦେବ ବିହାରରେ ଥିବା ଓଡିଶୀ ରିସର୍ଚ୍ଚ ସେଣ୍ଟରଠାରେ ଅନୁଷ୍ଠିତ ହୋଇଥିଲା।
ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ଗୁଡ଼ିକ ଥିଲା ଓସା ସର୍ବସାଧାରଣ ପାଠାଗାର ପ୍ରକଳ୍ପ, ବ୍ୟବସାୟିକ ସହଭାଗିତା, ଓସାର ଗଠନମୂଳକ ପ୍ରକଳ୍ପ ସମୂହ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ l ଏହି ମହୋତ୍ସବରେ ସମ୍ମାନନୀୟ ମନ୍ତ୍ରୀ, ବରିଷ୍ଠ ସଚିବ, ବୁଦ୍ଧିଜୀବି, ଲେଖକ, ଜନନାୟକ, ଶିଳ୍ପୀ, ପ୍ରଭୃତି ଯୋଗଦାନ କରି ଏହି ମହୋତ୍ସବକୁ ଆହୁରି ମନୋରମ କରିବା ସଙ୍ଗେ ସଙ୍ଗେ ଏହାର ପ୍ରାଧାନ୍ୟତା ବଢ଼ାଇ ଥିଲେ । ତିନିଶହରୁ ଅଧିକ ଲୋକ ଉପସ୍ଥିତ ରହି କର୍ମକର୍ତ୍ତା ମାନଙ୍କର ମନୋବଳକୁ ଆହୁରି ସୁଦୃଢ କରାଇଥିଲେ l

ସବୁଠାରୁ ଭଲ ଲାଗିଥିଲା ଯେତେବେଳେ ଆମେରିକାରୁ ଯାଇଥିବା ପିଲାମାନଙ୍କ ଓଡ଼ିଆ ବକ୍ତୃତା ଓ ଓଡିଶୀ ନୃତ୍ୟ ଦେଖି ଜଣେ ବୟସ୍କ ଦର୍ଶକ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ ଏମାନେ ସେଠି ଓଡ଼ିଆ କହୁଛନ୍ତି, ଓଡ଼ିଶୀ ମଧ୍ୟ ଶିଖୁଛନ୍ତିl ମନରେ ଗୋଟେ ଆତ୍ମତୃପ୍ତିର ଝଲକ ଭାସି ଯାଇଥିଲା ମୋର । ସକଳ ପରିଶ୍ରମର ସୁଫଳ ମିଳିବାର ବୋଧ ହେଲା।

ଏହି ମହୋତ୍ସବ ଓସାର ଦୀର୍ଘ ପଚାଶ ବର୍ଷର ଇତିହାସରେ ଥିଲା ଏକ ଅଭିନଵ ପ୍ରୟାସ । ଏହି ଉଦ୍ୟମକୁ ସାଧୁବାଦ ଦେଇ ଓଡ଼ିଶା ସରକାରଙ୍କର ସଂସ୍କୃତି, ଭାଷା ଓ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଏକମତ ହୋଇ ଅଗ୍ରୀମ ଘୋଷଣା କରିଥିଲେ ଦୁଇ ହଜାର କୋଡିଏର ଓସା ମହୋତ୍ସବର ତାରିଖକୁ । ଆସନ୍ତା ଡିସେମ୍ବର ତେଇଶ ତାରିଖରେ ହେବ ଦ୍ଵିତୀୟ ଓସା ମହାତ୍ସବ ।
ଆଗକୁ ଆସୁଛି ଓସାର ଏକାବନତମ ବାର୍ଷିକ ସମାରୋହ । ଜୁଲାଇ ଦୁଇରୁ ଚାରି ରାରିଖ ଯାଏଁ ଚାଲିବ ଟେନେସି ରାଜ୍ୟର ନାଶଭିଲ ସହରରେ । ଦେଶ ବିଦେଶର ଚାରିଆଡୁ ଆସିଥିବା ଓଡ଼ିଆ ଭାଇ ଭଉଣୀ ଏକାଠି ହୋଇ ଖୁବ ଧୁମଧାମରେ ପାଳନ କରିବେ ଏ ସମାରୋହ । ଓଡ଼ିଆ ନାଚ ଗୀତ, ନାଟକ, କବିତା, ବେଶ ପୋଷାକ, ପିଠାପଣା ଓ ଖାଦ୍ୟପେୟ ଭିତରେ ରହି ଆମ ସଂସ୍କୃତିକୁ ମନେ ପକାଇବା ଆମେ ।
ବିଦେଶରେ ଆସି ଭାଇ-ବନ୍ଧୁ-କୁଟୁମ୍ବଙ୍କୁ ଧରି ଯେଉଁ ପରିବାରଟିଏ ଗଢିଛେ, ତାହାର ଆତ୍ମୀୟତା ଓ ସେନେହ ସରାଗରେ ବଞ୍ଚିଯିବା ଆମେ। ଓଡ଼ିଶା ବାହାରେ ଗଢ଼ିଥିବା ଓଡ଼ିଶାକୁ ଦେଖି ମନ ଖୁସି କରିବା । ସବୁ ଓଡ଼ିଆ ଭାଇଭଉଣୀଙ୍କୁ ଧରି ଆଗକୁ ଯିବାର ଗୋଟେ ସ୍ବପ୍ନ ଦେଖିବା, ଯେଉଁଥିରେ ହେବ ଓସା ଓ ଓଡ଼ିଶାର ବିକାଶ । ଅଳମତି ବିସ୍ତରେଣ।
ईशा वास्यमिदं सर्वं यत्किञ्च जगत्यां जगत्।
तेन त्यक्तेन भुञ्जीथा मा गृधः कस्यस्विद्धनम् ॥īśā vāsyamidaṁ sarvaṁ yatkiñca jagatyāṁ jagat |
tena tyaktena bhuñjīthā mā gṛdhaḥ kasyasviddhanam ||
ଇସା ବାସ୍ୟମିଦଂ ସର୍ବଂ ୟତ୍କିଞ୍ଚ ଜଗତ୍ୟାମ୍ ଜଗତ୍।
ତେନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧଃ କସ୍ୟସ୍ୱୀଦ୍ଧାନାଂ॥
ଜୟ ଓସା
ଜୟ ଓଡ଼ିଶା
ଶ୍ରୀମତୀ କୁକୁ ଦାସ
ସଭାପତି, ଓସା

