ପକ୍ଷୀଟିଏ ହୋଇ ମନର ରାଇଜେ
ଉଡ଼ିବୁଲ ତୁମେ ଏକ ଭିନ୍ନ ସରାଗେ
ପ୍ରଜାପତି ଟିଏ ସାଜ ଅଶାର ଶେଯରେ
ପୁଲକିତ ହୁଏ ପ୍ରାଣ ତୁମରି ଆଲ୍ହାଦେ.
ଦିଗହରା ପଥ ପାଏ ତୁମରି ସାଥେ
ଚାଲିଯାଏ କିଛି ଦୂର ହରଷିତ ମନେ
ହସ କାନ୍ଦ ଭରା ରାଇଜଟି ସେଜେ
ଭରିଯାଏ ଚିତ୍ତ ଏକ ନୂତନ ଆଲୋକେ.
ଷଠି ଘରେ ତୁମେ ଥାଅ ଶିଶୁର ପାଶେ
ଯିବାକୁ ଦେଖାଅ ରାହା ଜହ୍ନମାମୁଁର ଦେଶେ
ଭରିଦିଅ ନୂତନତା ପ୍ରତି ପ୍ରଭାତରେ
ଆଣିଦିଅ ଶୀଥିଳତା ଚଞ୍ଚଳ ମନରେ.
ପ୍ରେରଣା ଲଭୁ ତୁମରି ଯେ ମୁଦ୍ରିତ ନୟନେ
ଫୁଟି ଉଠ ପାରିଜାତ ହୋଇ ମନ କାନନେ
ଜାଗ୍ରତ ପ୍ରହରୀ ପରି ଥାଅ ଆମରି ଜୀବନେ
ସ୍ଥୁଳ ବୁଦ୍ଧି ଜାଗେ ଆମ ତୁମ ଅନୁଗମନେ .

ସାନ୍ତ୍ୱନା ଦାଶ
ନେପରଭିଲ,ଇଲିନଇସ.
Leave a Reply