ମାତୃଭାଷା – ସୁମିତ୍ରା ପାଢ଼ୀ

ମାତୃଭାଷା - ସୁମିତ୍ରା ପାଢୀ

 
ନବାଗତ ଶିଶୁଟିଏ ଧରାରେ କଲେ ପଦାର୍ପଣ
କୁଆଁ କୁଆଁ ଶଦ୍ଦ କରି ଜଣାଇଥାଏ ତାର ଆଗମନ
ଜାତି,ର୍ଧମ,ବର୍ଣ,ସ୍ଥାନ ଓ କାଳର ନିର୍ବିଶେଷରେ
ସବୁ ନବାଗତ ଶିଶୁ ଥାଆନ୍ତି ସମ ଭାଷା ଭାଷି ଏ ବିଶ୍ୱରେ
ମାତା,ପିତା ଓ ଆତ୍ମୀୟ ସ୍ୱଜନ ଙ୍କ କଥା ଶୁଣି ନୀରବରେ
ଶିଶୁ ତାର ମନର ଭାବ ପ୍ରକାଶ କରିଥାଏ ଦରୋଟି ବଚନରେ
ଧିରେ ଧିରେ ସବୁବେଳେ ଶୁଣୁ ଥିବା ଭାଷାରେ ସେ କଥା କହେ
କିଏ ତାର ମାତୃ ଅବା ପିତୃ ଭାଷା ସେ ଜାଣି ତ ନଥାଏ
ପୁରାକାଳେ ଭିନ୍ନ ଭିନ୍ନ ମାନବ ଜାତି ଗୋଚ୍ଛି ବଦ୍ଧ ଭାବେ ରହୁଥିଲେ
ଗୋଟିଏ ପ୍ରଦେଶ ବା ଦେଶ ର ଲୋକେ ଏକ ଭାଷା କହୁଥିଲେ
ତେଣୁ ପିଲା ଜନ୍ନ ହେଲେ ସେ ସ୍ଥାନର ଭାଷା ତାର ମାତୃଭାଷା ହେଉଥିଲା
ପିତା,ମାତା ବା ସ୍ଥାନର ଭାଷାର ଦ୍ୱନ୍ଦ ତା ମନେ ଜନମୁ ନଥିଲା
ଏ ଯୁଗେ ପେଟ ପୋଷିବା ପାଇଁ ଦୂରକୁ ଯାଉଛନ୍ତି ଲୋକେ ଛାଡି ଜନ୍ମସ୍ଥାନ
ମାତୃଭାଷା ସଙ୍ଗେ ସଙ୍ଗେ ମଧ୍ୟ କହିବାକୁ ପଡୁଛି ବିଭିନ୍ନ ଭାଷା ମାନ
ବାତାବରଣ ଚାପରେ ପଡି କ୍ରମେ କ୍ରମେ ନିଜର ମାତୃଭାଷାକୁ ଯାଆନ୍ତି ଭୁଲି
ତେଣୁ ସ୍ଥାନୀୟ ଭାଷା କୁ ପରିଚୟ ଦିଅନ୍ତି ନିଜର ମାତୃଭାଷା ବୋଲି
ପୁଣି ବିବାହ ପରେ ଦଂପତୀ ଙ୍କର ଭାଷା ଯଦି ସମାନ ନହୁଏ
ତେବେ ଶିଶୁ କୁ ଧିରେ ଧିରେ ବିଭିନ୍ନ ଭାଷା ଶିଖିବାକୁ ହୁଏ
କିଏ ମା ଭାଷା ଅବା କିଏ ମାତୃଭାଷା ସେ ବୁଝିନପାରଇ
ଭବିଷ୍ୟତରେ ସାଙ୍ଗ ସାଥୀ ମହଲରେ ହଟହଟ୍ଟା ହୁଅଇ
ତେଣୁ କର୍ମ ଭୂମି ଓ ଜନ୍ନ ଭୁମି ହୋଇଥିଲେ ହେଁ ଭିନ୍ନ
ସନ୍ତାନ କୁ ମାତୃଭାଷା ଶିଖାଇବା ପାଇଁ ସଭିଏଁ ଦିଅନ୍ତୁ ଧ୍ୟାନ

Be the first to comment

Leave a Reply

Your email address will not be published.


*