Odia Editorial

Odia Editorial

ସମ୍ପାଦକୀୟ
॥ ଜୀବନ ଦୀପ ॥
ଜୀବନ ଦୀପରେ ଜ୍ଞାନର ତଇଳ
ସମୟ ସଳିତା ସହ,
କରମ ଅଗ୍ନିକୁ ସଂଯୋଗ ତହିଁରେ
ସୁଖର କିରଣ ପାଅ ।

ଅନ୍ତର ଆତ୍ମାକୁ ଉଦ୍‌ଭାସିତ କର
ସତ୍ୟ ଧର୍ମ ନ୍ୟାୟ ପଥ,
ସେବା ଓ ଶ୍ରମରେ ଜୀବନ ନିର୍ବାହ
ନତୁବା ହୋଇବ ବ୍ୟର୍ଥ ।

ସାଥୀ ହୋଇ ସର୍ବେ ଆଗକୁ ବଢ଼ିବା
ଏକାକୀ କଠିନ ହୋଇ,
ହାତ ଆଉ କାନ୍ଧ ସର୍ବ ସମାନ୍ତର
ହୁରୁଦେ ବିଶ୍ୱାସ ନେଇ ।

ଆ ମୋର ବନ୍ଧୁ, ଆ ମୋର ଭାଇ
ଏଇ କଥାଟି ରେ ସାର ,
ଘରଠାରୁ ଦେଶ, ଖାଦ୍ୟ ବେଶଭୂଷା
ଆମର ଜୀବନ ଡ଼ୋର ।

ଏଇମତେ ରାଷ୍ଟ୍ର ହୋଇବ ସମୃଦ୍ଧ
ଶତ୍ରୁ ମନେ ହେବ ଶଙ୍କା ,
ଶ୍ରମିକ ସୈନିକ ସେବକ ଶିକ୍ଷକ
ଜନତା ହିତରେ ଏକା ।

- ପ୍ରଭୂ

ଆମେ ଓଡ଼ିଆ...ଆମ ଓଡ଼ିଶା